୩ ବର୍ଷରେ ଜବତ ହେଲାଣି ୯ହଜାରରୁ ଉର୍ଦ୍ଧ୍ୱ ସିଲିଣ୍ଡର : ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଏଲ୍ପିଜି ଗ୍ୟାସ୍ କଳାବଜାରୀ ଓ ବେଆଇନ ମହଜୁଦକୁ ନେଇ ସରକାରଙ୍କ କଡ଼ା ନଜର। ଗ୍ୟାସ୍ ସିଲିଣ୍ଡରର କଳାବଜାରୀ ରୋକିବାକୁ ରାଜ୍ୟବ୍ୟାପୀ ଚାଲିଛି ଚଢ଼ାଉ ଓ ଯାଞ୍ଚ।ରୋଷେଇ ଗ୍ୟାସ୍‌ର କଳାବଜାରୀ ରୋକିବା ପାଇଁ ଓଡ଼ିଶା ସରକାର ଗତ ତିନି ବର୍ଷ ମଧ୍ୟରେ ଚଳାଇଥିବା କାର୍ଯ୍ୟାନୁଷ୍ଠାନ ଅଧୀନରେ ୯,୦୪୯ଟି ଏଲ୍‌ପିଜି ସିଲିଣ୍ଡର ଜବତ କରିଛନ୍ତି। ଏନେଇ ବୁଧବାର ଦିନ ରାଜ୍ୟ ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯିବା ସହ ‘ଅତ୍ୟାବଶ୍ୟକ ସାମଗ୍ରୀ ଆଇନ’ ଅଧୀନରେ ୫୧୪ଟି ମାମଲା ରୁଜୁ ହୋଇଛି। ବିଧାନସଭାରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଏଭଳି ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ।

ଅଧିକ ପଢନ୍ତୁ