ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଘଟଣ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଶି ଆସିଲେ ଯୁବକ

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ । ଜାତୀୟ ଯୁବ ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପଦଯାତ୍ରା ବେଳେ ଘଟିଛି ଏଭଳି ଘଟଣା । ମୁଖ୍ୟମନ୍ତ୍ରୀ ଯୁବ ସମାବେଶକୁ ଯାଉଥିବା ବେଳେ ଯୁବକ ଜଣକ ପଶି ଆସିଥିଲେ । ତତ୍‌କ୍ଷଣାତ୍ ସମ୍ପୃକ୍ତ ଯୁବକଙ୍କୁ କାବୁ କଲେ ସୁରକ୍ଷାକର୍ମୀ । ବର୍ତ୍ତମାନ ଯୁବକକୁ ସହିଦ ନଗର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଧିକ ପଢନ୍ତୁ