ଆନ୍ତର୍ଜାତିକ ସ୍ପେଶ ଷ୍ଟେସନ (ଆଇଏସ୍ଏସ୍)ରେ ଜଣେ ମହାକାଶଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ନାସାକୁ ଏହାର କ୍ରୁ-୧୧ ମିଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିଛି । ନାସା ଏହି ମିଶନରେ ସାମିଲ ସମସ୍ତ ଚାରି ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଆଜି ମହାକାଶଚାରୀଙ୍କୁ ଫେରାଇ ଆଣୁଥିବା ଏଣ୍ଡେଭର ସ୍ପେଶ କ୍ରାଫ୍ଟ ଅନଡକିଂ କରିବ । କାଲି ସେମାନେ କାଲିଫର୍ଣ୍ଣିଆ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସ୍ପ୍ଲାଶ୍ ଡାଉନ କରିବେ । ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ସ୍ଥାପନ ହେବାର ୨୫ ବର୍ଷର ଇତିହାସରେ ଏପରି ଘଟଣା ପ୍ରଥମ ଥର ପାଇଁ ହୋଇଛି । ଚାରି ମହାକାଶଚାରୀ ଫେରିବା ପରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ୩ ଜଣ ଆଷ୍ଟ୍ରୋନଟ ରହିବେ । କ୍ରିଉ ୧୨ ମିଶନ ଲଂଚ ହେବା ପରେ ଅନ୍ୟ ମହାକାଶଚାରୀମାନେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବେ । ଏହି ଘଟଣା ସ୍ପେଶ ମିସନର ଚାଲେଞ୍ଜକୁ ପୁଣି ଥରେ ସାମ୍ନାକୁ ଆଣିଛି । ନାସା ପ୍ରଶାସନ ଜେରେଡ ଆଇଜାକ୍ମ୍ୟାନ ଗୁରୁବାର ୱାସିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେକ୍ରୁ ମେମ୍ବରଙ୍କୁ ମେଡିକାଲ ଏମରଜେନ୍ସିରେ ଫେରାଇ ଅଣାଯାଉଥିବା କଥା ଘୋଷଣା କରିଥିଲେ ।
