ଭାରତୀୟ ସେନାର ସାହସ, ନିସ୍ୱାର୍ଥପରତା, ଆଉ ବଳିଦାନକୁ ସମ୍ମାନ ଦେବାକୁ ଯାଇ ଆଜି ଦେଶ ପାଳୁଛି ଇଣ୍ଡିଆନ ଆର୍ମି ଡେ । ପ୍ରତି ବର୍ଷ ଜାନୁଆରୀ ୧୫ ତାରିଖରେ ଭବ୍ୟ ସମାରୋହ, ସୈନ୍ୟ ପରେଡର ସମାରୋହ ସହ ସେନା ଦିବସ ପାଳନ ହୁଏ । ଏହି ଦିବସରେ ଆମର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଭାରତୀୟ ସୈନ୍ୟଙ୍କ ଆତ୍ମବଳକୁ ଦୃଢ଼ କରାଯାଏ। ଏଥିସହ ସେମାନଙ୍କ ସାହସିକତା ପାଇଁ ପୁରସ୍କୃତ କରାଯାଏ। ବାସ୍ତବରେ, ଯେତେବେଳେ ଆମ ଦେଶ ଭାରତ ବ୍ରିଟିଶରମାନଙ୍କ ଅଧୀନରେ ଥିଲା ସେତେବେଳେ ଭରତୀୟ ସେନା(Indian Army) ଗଠନ ହୋଇଥିଲା। ଏହି ସମୟରେ ଭାରତୀୟ ସେନାର ବହୁ ବଡ ବଡ ପଦରେ ଇଂରେଜମାନେ କାର୍ଯ୍ୟ କରୁଥିଲେ। ୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଇଂରେଜମାନେ ହିଁ ବରିଷ୍ଠ ଅଧିକାରୀ ରହିଥିଲେ। କିନ୍ତୁ ୧୯୪୯ ମସିହାରେ ଶେଷ ବ୍ରିଟିଶ କମାଣ୍ଡର ଜେନେରାଲ ଫ୍ରାନସିସ୍ ବଚର୍, ଲେଫ୍ଟନାଣ୍ଟ ଜେନେରାଲ୍ କେ.ଏମ. କରିଅପ୍ପାଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଆଉ ଏହି ଦିନ ହିଁ ଥିଲା ଜାନୁଆରୀ ୧୫ ତାରିଖ। ଭାରତର ଏହି ଗୌରବମୟ ଦିବସକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ଇଣ୍ଡିଆନ ଆର୍ମି ଡେ’ ଭାବେ ପାଳନ କରାଯାଉଛି। ଭାରତୀୟ ସେନା ଏବେ ବେଶ ଶକ୍ତିଶାଳୀ । ଭାରତ ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନା । ଭାରତ ପାଖରେ ଏବେ ୫୧ ଲକ୍ଷ ୩୭ ହଜାରରୁ ଅଧିକ ସ୍ଥଳ ସେନା ରହିଛନ୍ତି । ଆଉ ଅତ୍ୟାଧୁନିକ ଅସଶସ୍ତ୍ର ମଧ୍ୟ ରହିଛି । ଯାହା ଶତ୍ରୁ ଦେଶର ଭୟକୁ ବଢାଇଛି ।
