ପଶ୍ଚିମା ଝଡ଼ର ପ୍ରଭାବ: ବଢ଼ିବ ରାତି ତାପମାତ୍ରା

ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ଶୀତ ଲହରି ଜାରି ରହିବ। ଏଥିପାଇଁ ୧୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।୫ ଦିନ ଯାଏ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖା ଯାଇପାରେ ।

ଶୀତ ସହ କଲବଲ କରୁଛି ଘନ କୁହୁଡି । ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି । ! ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାରୁ ଲୋକମାନେ ନିଆଁ ପୋଉଁଛନ୍ତି ।  କେନ୍ଦୁଝର, ସୁନ୍ଦରଗଡ଼ କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ଠାରୁ ମଧ୍ୟମ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ