ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା । ଚଳିତ ଶୀତ ଋତୁରେ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ । ଏଥିପାଇଁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ ଜଙ୍ଗଲକୁ ୨୧ଟି ସେକ୍ସନ କରାଯାଇଛି । ଅନ୍ୟପଟେ ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା । ପ୍ରଶିକ୍ଷଣ ନେଉଛନ୍ତି ନିୟୋଜିତ କର୍ମଚାରୀ । ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୁଳ ସ୍ଥିତ CDA କାର୍ଯ୍ୟାଳୟ ଠାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଯୋଗଜୟାନନ୍ଦ RCCF ଭୁବନେଶ୍ୱର ଯୋଗଦେଇ ଉଦଘାଟନ କରିଥିଲେ ।୫ଟି ରେଞ୍ଜ ରେ ମୋଟ ୨୨ ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୪ ରୁ ୫ ଜଣ ଏହି ପକ୍ଷୀ ଗଣନାରେ ନିୟୋଜିତ ରହିବେ । ସକାଳ ୬ ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।
