ଦୁର୍ଘଟଣାରେ ଜଳିଗଲା ଅଟୋ – କାର୍ ।ଜଣେ ଜୀବନ୍ତ ଦଗ୍ଧ 

ଦୁର୍ଘଟଣାରେ ଜଳିଗଲା ଅଟୋ – କାର୍ । ଏହି ଅଗ୍ନିକାଣ୍ଡରେ ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଭେଟଖୋଲ ଘାଟି ପୂର୍ବରୁ ଦାତପାଜୁରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ୩ ଜଣ ଗୁରୁତର ଫୁଲବାଣୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କଲା ଫୁଲବାଣୀ ଅଗ୍ନିଶମ ବାହିନୀ ।ଦୁଇ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ମୃତକ ହେଉଛନ୍ତି ଅଟୋ ଡ୍ରାଇଭର ।  ତାଙ୍କ ନାଁ ବରୁଣ କୁମାର ମଲ୍ଲିକ ।  ତାଙ୍କ ଘର ମାଣିଆକାଠି ଗାଁରେ ବୋଲି ଜଣାପଡ଼ିଛି  ।   ସେ ଫୁଲବାଣୀରୁ ଘରକୁ ଫେରିବା ବେଳେ ଏକ କାର୍ ସହ ତାଙ୍କ ଅଟୋ ମୁହାଁମୁହିଁ ଧକ୍କା ଲାଗିଥିଲା ।  ଦୁର୍ଘଟଣା ପରେ କାର୍ ଡ୍ରାଇଭର ଫେରାର ହୋଇ ଯାଇଛି ।

ଅଧିକ ପଢନ୍ତୁ