ଫ୍ୟୁଜନ୍ ଏନର୍ଜି ଦିଗରେ ଭାରତର ବଡ଼ ସଫଳତା,ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ

ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ ଭାବରେ ପରୀକ୍ଷାନିରୀକ୍ଷା ଚଳାଇବ। କମ୍ପାନୀ ଏହାକୁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଚଳାଇବାକୁ ଯୋଜନା କରୁଛି। ଏହି ସମୟ ମଧ୍ୟରେ ପ୍ରତିବର୍ଷ ପ୍ରାୟ ୩,୦୦୦ ପ୍ଲାଜମା ଶଟ ନେବାର ଲକ୍ଷ୍ୟ ରଖାଯାଇଛି।ଫ୍ୟୁଜନ୍ ଏନର୍ଜିର ମୂଳ ହେଉଛି ପ୍ଲାଜମା। ଅତ୍ୟଧିକ ତାପମାତ୍ରାରେ ଗ୍ୟାସ୍ ଏକ ଏମିତି ଅବସ୍ଥାକୁ ପହଞ୍ଚେ, ଯେଉଁଠାରେ ଇଲେକ୍ଟ୍ରନ୍ ଓ ଆୟନ୍ ମୁକ୍ତ ଭାବେ ରହନ୍ତି। ଏହି ଅବସ୍ଥାକୁ କୁହାଯାଏ ପ୍ଲାଜମା। ସୂର୍ଯ୍ୟ ଭିତରେ ମଧ୍ୟ ଏହି ପ୍ଲାଜମା ଅବସ୍ଥାରେ ଫ୍ୟୁଜନ୍ ପ୍ରକ୍ରିୟା ଚାଲିଥାଏ। ସୂର୍ଯ୍ୟରେ ହାଇଡ୍ରୋଜେନ୍‌ ହାଲୁକା ନ୍ୟୁକ୍ଲିଅସ୍‌ ଗୁଡ଼ିକ ପରସ୍ପର ସହ ମିଶି ଏକ ଭାରୀ ହିଲିୟମ୍ ନ୍ୟୁକ୍ଲିଅସ୍ ଗଠନ କରନ୍ତି । ଏହି ପ୍ରକ୍ରିୟାକୁ ନ୍ୟୁକ୍ଲିୟସ୍ ଫ୍ୟୁଜନ୍ କୁହାଯାଏ। ବୈଜ୍ଞାନିକମାନେ ଏହି ପ୍ରକ୍ରିୟାକୁ ପୃଥିବୀରେ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି।ପୃଥିବୀରେ ସୂର୍ଯ୍ୟ ଭଳି ଶକ୍ତି ଉତ୍ପାଦନ କରିବା ପ୍ରୟାସରେ ଭାରତ ଏକ ବଡ଼ ପଦକ୍ଷେପ ଆଗକୁ ବଢ଼ାଇଛି। ବେଙ୍ଗାଲୁରୁର ଷ୍ଟାର୍ଟଅପ ‘ପ୍ରନୋସ ଫ୍ୟୁଜନ’ ନିଜର ଟୋକାମାକ (Tokamak) ’ପ୍ରଜ୍ଞା’ରେ ପ୍ରଥମ ଥର ପାଇଁ ପ୍ଲାଜମା ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛି। Earth.com ରିପୋର୍ଟ ଅନୁସାରେ, ପ୍ରାୟ ୪୦ ସେଣ୍ଟିମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଏହି ଟୋକାମାକକୁ ମାତ୍ର ୮ ମାସ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଏହା ୨୦ କୋଟି ଡିଗ୍ରୀ ସେଣ୍ଟିଗ୍ରେଡ୍ର ଏକ ମହାପରୀକ୍ଷା। ଏହି ସଫଳତା ଭାରତର ଆଣବିକ ସଂଯୋଜନ (ନ୍ୟୁକ୍ଲିୟର ଫ୍ୟୁଜନ) ଗବେଷଣାରେ ଘରୋଇ କ୍ଷେତ୍ରର ବଢ଼ୁଥିବା ଭୂମିକାକୁ ଦର୍ଶାଉଛି। ଏବେ ଏହି ଜ୍ଞାନକୌଶଳ ମାଧ୍ୟମରେ ପ୍ଲାଜମାକୁ ନିୟନ୍ତ୍ରଣ କରିବା, ତାର ଯାଞ୍ଚ କରିବା ଏବଂ ଫ୍ୟୁଜନ ଏନର୍ଜି ସହ ଜଡ଼ିତ ପ୍ରଯୁକ୍ତିବିଦ୍ୟାକୁ ବିକଶିତ ତଥା ପରୀକ୍ଷଣ କରିବା ଦିଗରେ କାର୍ଯ୍ୟ କରାଯିବ।

ଅଧିକ ପଢନ୍ତୁ