ଦୁଇ ଶିକ୍ଷୟିତ୍ରୀ ନିଲମ୍ବିତ, ସଫେଇ କାର୍ଯ୍ୟ ଟଙ୍କାକୁ ନେଇ କରିଥିଲେ ଗଣ୍ଡଗୋଳ

ଦୁଇ ଶିକ୍ଷୟିତ୍ରୀ ନିଲମ୍ବିତ ।  ସମ୍ୱଲପୁର ଜିଲ୍ଲା ବୁର୍ଲା କିର୍ବା ଉଚ୍ଚ ପ୍ରାଥମିକ ସ୍କୁଲରେ ଦୁଇ ଶିକ୍ଷୟିତ୍ରୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ଦୁଇ ଶିକ୍ଷୟିତ୍ରୀ ନିଲମ୍ବିତ  l   ଶିକ୍ଷୟିତ୍ରୀ ଦୁଇ ଜଣ ହେଲେ କସ୍ତୁରୀ ଜେନା ଓ ଶର୍ମିଷ୍ଠା ପଲେଇ  l ସୂଚନାଯାଗ୍ୟ, ଗତ ୧୫ ତାରିଖରେ ପାଇଖାନା ସଫେଇ କାର୍ଯ୍ୟକୁ ନେଇ ହୋଇଥିଲା ମାଡଗୋଳ । ପରବର୍ତ୍ତି ସମୟରେ ଏହା ଉଗ୍ରରୂପ ନେଇଥିଲା ଏବଂ ଉଭୟ ଲହୁଲୁହାଣ ହୋଇଥିଲେ । ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଶିକ୍ଷୟିତ୍ରୀ ଦ୍ବୟଙ୍କ ଏଭଳି ମାଡ଼ପିଟକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ସ୍ଥାନୀୟ ବାସିନ୍ଦା ଧନକଉଡ଼ା ବିଇଓଙ୍କ ନିକଟେ ମଧ୍ଯ ଉଭୟ ଶିକ୍ଷୟିତ୍ରୀଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାପରେ ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଅଧିକ ପଢନ୍ତୁ