କୋଟି କୋଟି ହୃଦୟକୁ କଷ୍ଟ ଦେଉଛି ଏଆଇ ଫଟୋ ! ଭାଇରାଲ ହେଉଛି ମହାପ୍ରଭୁଙ୍କ AI ଭିଡ଼ିଓ

କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳ। ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓ। ଏପରିକି ଏହି ସବୁ ଫଟୋ ଓ ଭିଡିଓରେ ପରମ୍ପରା ବିରୋଧୀ ଦୃଶ୍ୟ ସବୁ ସ୍ଥାନ ପାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓରେ ଅନେକ ପରମ୍ପରା ବିରୋଧୀ ଦୃଶ୍ୟ ଦେଖିବାକୁ ମିଳିଛି ।

ବଡଦାଣ୍ଡରେ ଶ୍ରୀଜିଉଙ୍କ ମୂର୍ତ୍ତି ରହିଛି । ଆଉ ସିଂହଦ୍ୱାର ସମ୍ମୁଖରେ ଏକ କ୍ରେନ ସାହାଯ୍ୟରେ କ୍ଷୀର ଢଳା ଯାଇଛି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଜାଲା ବିସଭରାଜ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଆଇଡିରେ ଏପରି ଏକ ଭିଡିଓ ଅପଲୋଡ ହୋଇଛି । ଭିଡିଓ ଅପଲୋଡ ହେଲା ପରେ ଭାଇରାଲ ହେବାରେ ଲାଗିଛି ଭିଡିଓ । ଶ୍ରୀଜିଉଙ୍କୁ ଶୀତ ବସ୍ତ୍ର ପିନ୍ଧା ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହାଙ୍କ ନିର୍ଦ୍ଦେଶରେ ଏ ପୃଥିବୀ ଚାଲିଛି ତାଙ୍କୁ ନେଇ ଏଭଳି ପରିକଳ୍ପନା କରିବା ଠିକ ନୁହେଁ ବୋଲି ଜଗନ୍ନାଥପ୍ରେମୀ ମାନେ କହିଛନ୍ତି । ତେବେ ଏଭଳି ଭିଡ଼ିଓ କିଏ ତିଆରି କରି ଭାଇରାଲ କଲା ତାହା ବର୍ତ୍ତମାନ ସୁ୍ଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ଅଧିକ ପଢନ୍ତୁ