ଆଗାମୀ ପୌର ନିର୍ବାଚନକୁ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟାର ସଂଶୋଧିତ ସମୟସୂଚୀ ଜାରି କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ।ଆସନ୍ତା ୨୪ ସୁଦ୍ଧା ପୋରସଂସ୍ଥା ଓ ଏନଏସିର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇଛି । ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ । ଏହାପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ । ଅକ୍ଟୋବର ୩ ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ।ଅକ୍ଟୋବର ୭ ସୁଦ୍ଧା ବାହାରିବ ପ୍ରୋଭିଜନାଲ ବିଜ୍ଞପ୍ତି । ଅକ୍ଟୋବର ୭ରୁ ୨୧ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ କରିପାରିବେ । ଅପିଲର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଅକ୍ଟୋବର ୨୬ରୁ ୨୮ ମଧ୍ୟରେ ହେବ । ଅପିଲର ନିଷ୍ପତ୍ତି ପରେ ଅକ୍ଟୋବର ୩୧ ସୁଦ୍ଧା ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।ଅପିଲ୍ର ନିଷ୍ପତ୍ତି ପରେ ଆବଶ୍ୟକ ସଂଶୋଧନ କରି ୩୧ ଅକ୍ଟୋବର ୨୦୨୬ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିବେ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍। ଅପିଲ୍ଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ନିଜ ମତାମତ ସହ ୨୨ ଅକ୍ଟୋବର ସୁଦ୍ଧା ମ୍ୟୁନିସିପାଲ୍ ଆଡମିନିଷ୍ଟ୍ରେସନ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ପଠାଇବାକୁ କୁହାଯାଇଛି।
