ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକ ମାସ । ଏହି ଅବସରରେ ପୁରୀରେ ହବିଷ୍ୟାଳୀ ଏକତ୍ରିତ ହୋଇ ହବିଷ ବ୍ରତ ପାଳୁଛନ୍ତି । ହବିଷ୍ୟାଳୀ ମା’ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ ନିମନ୍ତେ ସଂସ୍କୃତି ବିଭାଗ ତରଫରୁ ୩.୩୦ କୋଟି ଟଙ୍କା ବ୍ୟୟ ରାଶି ଅନୁମୋଦିତ ହୋଇଛି ।ହବିଷ୍ୟାଳୀ ମା’ମାନଙ୍କ ପାଇଁ ଦୀର୍ଘ ଏକ ମାସ ଧରି ପୁରୀର ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ସୁରକ୍ଷିତ ରହଣି ବ୍ୟବସ୍ଥା, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ-କୀର୍ତ୍ତନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।
