ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଟାକରା ଫରେଷ୍ଟ ସେକ୍ସନରୁ ପୁରୀ ଅଭିମୁଖେ କାଠ ପଠାଯାଇଛି । ବନବିଭାଗ ଓ ମିଟୁକୁଳି ଭି ଏସ ଏସ କମିଟି ଦ୍ବାରା ପୂଜାର୍ଚନା ସହ ନାମ ସଂକୀର୍ତନ କରାଯାଇ ରଥକାଠ ବୋଝେଇ ଟ୍ରକକୁ ପଠାଯାଇଛି । ୨ଟି ଟ୍ରକରେ ମୋଟ ୪୮ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଗୋଟିଏ ଟ୍ରକରେ ୨୫ଖଣ୍ଡ କାଠ ଯାଉଥିବାବେଳେ ଅନ୍ୟଟିରେ ୨୩ଖଣ୍ଡ କାଠ ଯାଉଥିବା ଜଣାପଡିଛି ।
