ଭୁବନେଶ୍ୱର ୧ ନଂ ହାଟରେ ଅଗ୍ନିକାଣ୍ଡ ଘଟଣା,ପ୍ଲାଷ୍ଟିକ ବ୍ୟବହାର ପାଇଁ ଲାଗୁଛି ନିଆଁ: ମେୟର

ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କଲେ ବିଏମସି ମେୟର ଓ କମିଶନର । କିଛି ଦୋକାନୀ ନିୟମ ମାନୁନାହାନ୍ତି ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା । ଦୋକାନୀମାନେ ଏସଓପି ପାଳନ କରୁନଥିବା କହିଲେ ମେୟର । ସୂଚନାଥାଉକି, ଗତକାଲି ୟୁନିଟ -୧ମାର୍କେଟରେ ନିଆଁ ଲାଗି ପ୍ରାୟ ୨୫ରୁ ଅଧିକ ଦୋକାନ ଜଳିଯାଇଛି । ବିଳମ୍ବିତ ରାତି ପାଖାପାଖି ଗୋଟାଏ ରେ ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ- ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ଚାହୁଁଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । କେହି କିଛି ବୁଝିବା ଆଗରୁ ନିଆଁର କରାଳ ଆଁରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା। ପାଖାପାଖି ୨୫ଟି ଦୋକାନ ଏହି ନିଆଁରେ ଜଳିଯାଇଛି। ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍‌ ଷ୍ଟ୍ରାଇକ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ।

ଅଧିକ ପଢନ୍ତୁ