ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଲେ ହାଇକୋର୍ଟ

ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଦାଲତ ତାଙ୍କୁ ଗର୍ଭପାତ ଏବଂ ଭ୍ରୂଣର ଡିଏନଏ (DNA) ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।ଏହା ଅଭିଯୁକ୍ତ ବିରୋଧରେ ପ୍ରମାଣ ଭାବେ ବ୍ୟବହୃତ ହେବ ବୋଲି କହିଛନ୍ତି କୋର୍ଟ। ଗର୍ଭଧାରଣ ଅନିଚ୍ଛାକୃତ, ଦୁଷ୍କର୍ମ ମାମଲା ସହ ଜଡ଼ିତ ଦର୍ଶାଇଥିଲେ ପୀଡ଼ିତା। ପୂର୍ବରୁ ରାଉରକେଲା ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି କରି ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଶୁଣାଣି ସମୟରେ କୋର୍ଟଙ୍କ ନଜରକୁ ଆସିଥିଲା ଯେ ପୀଡ଼ିତାଙ୍କ ଗର୍ଭାବସ୍ଥା ବର୍ତ୍ତମାନ ପ୍ରାୟ ୨୧ ସପ୍ତାହ ୪ ଦିନରେ ପହଞ୍ଚିଛି ।ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି (MTP) ଆକ୍ଟ ଅନୁଯାୟୀ, ଗର୍ଭପାତ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିଛି ।ରାଜ୍ୟ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୨୦୨୫ରେ ଜାରି କରାଯାଇଥିବା ସ୍ୱତନ୍ତ୍ର ଏସଓପି (SOP) ଆଧାରରେ ନାବାଳିକା ଏବଂ ଜଟିଳ ପରିସ୍ଥିତିରେ ଗର୍ଭପାତ ପାଇଁ ବ୍ୟବସ୍ଥା ରହିଛି ।

ଅଧିକ ପଢନ୍ତୁ