ନିଟ୍‌-ଏମଡିଏସ୍‌ ଏବଂ ନିଟ୍‌-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା

ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନବିଇଏମଏସ୍) ନିଟ୍-ଏମଡିଏସ୍ ୨୦୨୬ ଓ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା । ମେ ମାସ ୨ ତାରିଖରେ ନିଟ୍-ଏମ୍‌ଡିଏସ୍ ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବ , ସେହିପରି ଅଗଷ୍ଟ ୩୦ ତାରିଖରେ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ପାଇଁ ପ୍ରସ୍ତାବ ରହିଛି । ନିଟ୍-ଏମ୍‌ଡିଏସ୍ ୨୦୨୬ ପାଇଁ କଟ୍ ଅଫ୍ ଡେଟ୍ ଅଫ୍ କମ୍ପିଟିସନ୍ ଅଫ୍ ଇଣ୍ଟର୍ଣ୍ଣସିପ୍ ମେ ମାସ ୩୧ ତାରିଖ ରଖାଯାଇଥିବା ବେଳେ, ନିଟ୍-ପିଜି ୨୦୨୬ ପାଇଁ ସେପ୍ଟେମ୍ବର ୩୦ ତାରିଖ ରଖାଯାଇଛି ।ଏହି ସମୟ ଭିତରେ ଛାତ୍ରଛାତ୍ରୀ ଇଣ୍ଟର୍ନସିପ୍ ସମାପ୍ତ କରିବାକୁ ପଡିବ ।ଏହି ଦୁଇଟି ପରୀକ୍ଷା କମ୍ପ୍ୟୁଟର-ଆଧାରରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

ଅଧିକ ପଢନ୍ତୁ