ଶ୍ରୀମନ୍ଦିର ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ମାଡରେ ଜଣେ ନାବାଳକ ଆହତ ହୋଇଛନ୍ତ। ଘଟଣାଟି ଶ୍ରୀମନ୍ଦିର ବାହାର କାଠ ନିକଟରେ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଯାହାପରେ ଆକ୍ସନମୋଡ଼କୁ ଆସିଛି ପୋଲିସ । ସିଟି ଡିଏସପି ଓ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହିତ ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ଫୁଟେଜକୁ ବି ଯାଞ୍ଚ କରୁଛି ପୋଲିସ । ତେବେ ନାବାଳକକୁ ପୋଲିସ କିମ୍ବା ଜେଟିପି, କିଏ ମାଡ଼ ମାରିଛନ୍ତି । ସେନେଇ ଜାରି ରହିଛି ତଦନ୍ତ ତେବେ ଆହତ ନାବାଳକ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ପଡ଼ିଲେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଯିବ ବୋଲି ଡାକ୍ତର କହିଛନ୍ତି।
