ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା । ଏଣିକି ସୋମବାର ହେବନି କୌଣସି ସରକାରୀ ବୈଠକ । ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର କୌଣସି ବିଭାଗ ବୈଠକ ରଖିବେ ନାହିଁ । ଅଭିଯୋଗ ଶୁଣାଣିକୁ ଦିଆଯିବ ଗୁରୁତ୍ୱ । ଏନେଇ ସଚିବ ସ୍ତରୀୟ ବୈଠକରେ ଆଲୋଚନା ସହିତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।ଏହା ସହ ପ୍ରତ୍ୟେକ ମାସ ତୃତୀୟ ଶନିବାର ଭିତ୍ତିଭୂମି ପ୍ରକଳ୍ପର ହେବ ସମୀକ୍ଷା । ୧୦ରୁ ୧୧ଟି ପ୍ରକଳ୍ପର ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।
