ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ

ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏଥିପାଇଁ ୬ମାସ ମଧ୍ୟରେ ଅଧୁରା କାମ ଶେଷ କରିବାକୁ ସେ ବିଜେପିର ପଞ୍ଚାୟତ ପ୍ରତିନିଧିଙ୍କୁ ଟାସ୍କ ଦେଇଛନ୍ତି ।

ପୂର୍ବରୁ ରାଜ୍ଯ ନିର୍ବାଚନ କମିସନ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉତ୍ତରାଞ୍ଚଳ, କେନ୍ଦ୍ରାଞ୍ଚଳ ପରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧିନ ୮ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଶନର ପ୍ରାକ୍ ପ୍ରସ୍ତୁତି ବୈଠକ କରିଛନ୍ତି । ସମ୍ୱେଦନଶୀଳ ଓ ଅତି ସମ୍ୱେଦନଶୀଳ ବୁଥ୍ ଚିହ୍ନଟ କରି ସିସିଟିଭି ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଅଧିକ ପଢନ୍ତୁ