’ଧୁରନ୍ଧର’ ଫିଲ୍ମ ଷ୍ଟାର ନଦୀମ ଖାନ ଗିରଫ, ଘରୋଇ ସହାୟିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ

ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ କଲା ପୋଲିସ । ୧୦ ବର୍ଷ ଧରି ଜଣେ ଘରୋଇ ସହାୟିକାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି ।୪୧ ବର୍ଷୀୟ ମହିଳା ଜଣକଙ୍କ ମାଲାଓ୍ବାନୀ ପୋଲିସ ଷ୍ଟେସେନରେ ଅଭିଯୋଗ କରିବା ପରେ ନଦୀମ ଗିରଫ ହୋଇଛନ୍ତି ।ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁସାରେ, ୧୦ ବର୍ଷ ହେବ ନଦୀମ ତାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ସେ ତାଙ୍କ ଘରେ ଘରୋଇ କର୍ମଚାରୀ ଭାବେ କାମ କରୁଥିଲେ କିନ୍ତୁ ବାହା ହେବାକୁ କହି ଦୀର୍ଘଦିନ ସମ୍ପର୍କ ରଖିବା ପରେ ଏବେ ଠକି ଦେଇଥିବା ଅଭିଯୋଗ ଆଣିଥିଲେ । ଏହାସହ ସେ ତାଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।

ଅଧିକ ପଢନ୍ତୁ