ପରକୀୟା ପ୍ରୀତିରୁ ସ୍ୱାମୀ ଓ ଦ୍ୱିତୀୟ ପତ୍ନୀ ଉଭୟେ ହାରିଲେ ଜୀବନ

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ହଦଗଡ଼ ପଞ୍ଚାୟତ ହରଡବାଡ଼ି ଗ୍ରାମରେ ପରକୀୟା ପ୍ରୀତିରୁ ସ୍ୱାମୀ ଓ ଦ୍ୱିତୀୟ ପତ୍ନୀ ଉଭୟେ ହାରିଲେ ଜୀବନ। ଗ୍ରାମର ବାଗରାଇ ହାଂସଦା ପୂର୍ବରୁ ବିବାହିତ ଥିବା ବେଳେ ଗତ ୧୫ଦିନ ତଳେ ମନୋହରପୁର ଗ୍ରାମର ରାଇମଣି ସୋରେନ ନାମକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

ବାପ ଘରେ ଥିବା ପ୍ରଥମ ପତ୍ନୀ ଘରକୁ ଫେରିବା ପରେ ଉଭୟଙ୍କ ଭିତରେ ମନୋ ମାଳିନ୍ୟ ହୋଇଥିଲା । ଏହାକୁ ନେଇ ଗ୍ରାମରେ ସଭା ହୋଇ ମିଳିମିଶି ଚଳିବା ପାଇଁ ଗାଁ ଲୋକେ ପରାମର୍ଶ ଦେଇଥିଲେ । କିନ୍ତୁ କିଛି ସମୟ ପରେ ଉଭୟ ବାଗରାଇ ଓ ଦ୍ୱିତୀୟ ପତ୍ନୀ ରାଇମଣି ନିକଟସ୍ଥ ଏକ ଗଛରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ ବୋଲି ଶୁଣିବାକୁ ମିଳିଛି । ତେବେ ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ।

ଅଧିକ ପଢନ୍ତୁ