ସ୍ତ୍ରୀକୁ କଟୁରିରେ ହାଣିଲେ ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣି ସ୍ବାମୀର ଜୀବନ ହାରିବାକୁ ଉଦ୍ୟମ । ତେବେ ଏହି ଘଟଣାରେ ଉଭୟେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ଗାଁର ପ୍ରତାପ ମଳିକ ପାରିବାରିକ କଳହରୁ ସ୍ତ୍ରୀକୁ କଟୁରୀରେ ହାଣି ନିଜେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲେ ପ୍ରତାପ । ଗୁରୁତର ଭାରତୀଙ୍କୁ ପଡୋଶୀ ମାନେ ଉଦ୍ଧାର କରି ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଆଜି ସକାଳୁ ଗାଁଲୋକେ ଏକ ପୋଖରୀ ନିକଟରୁ ଚେତାଶୁନ୍ୟ ଅବସ୍ଥାରେ ପ୍ରତାପଙ୍କୁ ଉଦ୍ଧାର କରି କଟକ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତାଙ୍କ ନିକଟରୁ ଏକ ବିଷ ବୋତଲ ଓ ରକ୍ତାକ୍ତ କଟୁରୀ ଜବତ ହୋଇଛି ।ତେବେ ଏହି ଘଟଣାରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ