ଟ୍ରାଭେଲ୍‌ ସଂସ୍ଥା ଉପରେ ପୋଲିସର ଚଢାଉ, ପର୍ଯ୍ୟଟକଙ୍କୁ ଠକୁଥିଲେ !

ପୁରୀରେ ପୋଲିସର ବଡ଼ ଧରଣର ଚଢାଉ । ବେଳାଭୂମିର ସମସ୍ତ ଟୁର ଓ ଟ୍ରାଭେଲ କାର୍ଯ୍ୟାଳୟ ଚଢ଼ାଉ କରିଛି ପୋଲିସ । ପୁରୀର ବିଭିନ୍ନ ସ୍ଥାନରେ ଏକାସାଙ୍ଗେ ପୋଲିସ ପକ୍ଷରୁ ଚାଲିଛି ଚଢାଉ । ଖବର ଅନୁଯାୟୀ, ବେଆଇନ୍‌ ଟୁର ଆଣ୍ଡ ଟ୍ରାଭେଲ୍ସ ପରିଚାଳନା କରୁଥିବାର ଅଭିଯୋଗ ଆସିଥିଲା । ଏପିରିକି ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ବିଭିନ୍ନ କ୍ଷେତ୍ରରେ ହଇରାଣ ଓ ଠକେଇ କରୁଥିବାର ଅଭିଯୋଗ ଆସିଥିଲା । ଏହାପରେ ତୁରନ୍ତ ଆକ୍ସନକୁ ଆସିଥିଲା ପୁରୀ ପୋଲିସ । ତେବେ ଟୁର ଓ ଟ୍ରାଭେଲ ଚଳାଉଥିବା ସଂସ୍ଥା ପୁରୀ ପୌରସଂସ୍ଥାରେ ଟ୍ରେଡ ଲାଇସେନ୍ସ କରିଛନ୍ତି ନା ନାହିଁ ? ଜିଏସଟି ଡିପୋଜିଟ କରୁଛନ୍ତି କି ନାହିଁ ? ସାତପଡା ସାଇଡ୍ ସିନ ପାଇଁ ଧାର୍ଯ୍ୟଦର ଠାରୁ ଅଧିକ ଟଙ୍କା ନେଇ ପର୍ଯ୍ୟଟକଙ୍କୁ ଠକେଇ କରୁଛନ୍ତି କି ? ସେନେଇ ତଦନ୍ତ କରୁଛି ବିଚ୍ ପୋଲିସ ।ଏହି ଚଢାଉରେ ଅନେକ କାଗଜପତ୍ର ଜବତ ହୋଇଥିବାର ସୂଚନା ମିଳିଛି ।

ଅଧିକ ପଢନ୍ତୁ