ଜିଲା ସ୍ତରୀୟ 77 ତମ ସାଧାରଣତନ୍ତ୍ର ଦିବସ, ରାୟଗଡାରେ ପତାକା ଉତ୍ତୋଳନ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ।

ରାୟଗଡ଼ା ତା ୨୬/୦୧ (ନିପ୍ର) ମାଓପ୍ରବଣ ରାୟଗଡ଼ା ଜିଲାରେ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ କଡା ସୁରକ୍ଷା ବଳୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ସ୍ଥାନୀୟ ଜି.ସି.ଡି ଉଚ୍ଚବିଦ୍ୟାଳୟ ଖେଳ ପଡିଆ ରେ ପତାକା ଉତ୍ତୋଳନ କରିବା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ ଅଭିବାଦନ ଗ୍ରହଣ କରିଥିଲେ । ସ୍ବାଧୀନତା ସଂଗ୍ରାମରେ ସମାଜ ପାଇଁ ନିଜକୁ ବଳିଦାନ ଦେଇଥିବା ବୀର ପୁରୁଷଙ୍କ ଅବଦାନ ଅତୁଳନୀୟ ବୋଲି ମନ୍ତ୍ରୀ ଗଣ୍ଡ ଅବିଭାଷଣରେ କହିଥିଲେ।ଆଇନ୍ ଶୃଙ୍ଖଳା ନିମନ୍ତେ ୧୦ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଥିଲା। ଆୟୋଜିତ ପ୍ୟାରେଡରେ ଯବାନ ଓ ଛାତ୍ର ଛାତ୍ରୀଙ୍କ ସମେତ ୩୩ଟି ଦଳ ଓ ଗୋଟିଏ ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣ କରିଥିଲା। ପରେ ଜିଲ୍ଳାର ଶ୍ରେଷ୍ଠ କର୍ମଚାରୀ ଓ କ୍ରୀଡାବିତଙ୍କୁ ମନ୍ତ୍ରୀ ପୁରସ୍କାର ବିତରଣ କରାଯାଇଥିଲା। ଏହି ଅବହରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ସମେତ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି,ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

kc ads