ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ। ତା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ। ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ବଜେଟ ଅଧିବେଶନରେ ଯେପରି ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେଥିଲାଗି ବିରୋଧୀଙ୍କ ସହଯୋଗ କାମନା କରିଛନ୍ତି ସରକାର। ଚଳିତ ଅଧିବେଶନରେ କିଛି ବିଲ୍ ଆଗତ ହେବା ସମ୍ଭାବନା ରହିଛି।ତେବେ ଏଥର ଖୁବ୍ ହଙ୍ଗାମା ହେବାର ଆଶଙ୍କା କରାଯାଉଛି। କଂଗ୍ରେସ ଓ ଆଉ କିଛି ବିରୋଧୀ ଦଳ ମଙ୍ଗଳବାର କହିଛନ୍ତି ଯେ, ମନରେଗା, ମୋଦି ସରକାରଙ୍କ ବୈଦେଶିକ ନୀତି , ଆମେରକୀୟ ଶୁଳ୍କ, ଡଲାରର ତୁଳନାରେ ଟଙ୍କାର ଦାମ୍ରେ ହ୍ରାସ, ବାୟୁ ପ୍ରଦୂଷଣ ଓ ଜନହିତକୁ ନେଇ ଆହୁରି ଅନେକ ବିଷୟକୁ ପ୍ରସଙ୍ଗ କରାଯିବ। କୁହାଯାଉଛି ବିରୋଧୀ ଏସଆଇଆରକୁ ନେଇ ଆହୁରି ଆଲୋଚନା କରିବାକୁ ଚାହୁଁଛନ୍ତି।
