ରତ୍ନଭଣ୍ଡାର ମାମଲା: ପକ୍ଷ ରଖିଲା ପ୍ରଶାସନ

ହାଇକୋର୍ଟରେ ରତ୍ନଭଣ୍ଡାର ଗଣତିମଣତି ସଂପର୍କିତ ମାମଲା । ହାଇକୋର୍ଟରେ ପକ୍ଷ ରଖିଲା ମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନ କହିଛି ରତ୍ନ ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇ ସାରିଛି । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ ହେବ ଗଣତି ମଣତି । ୧୯୭୮ ମସିହା ଗଣତି ମୁତାବକ ରତ୍ନ ଅଛିକି ନାହିଁ, ତାହା ଉପରେ ସ୍ପଷ୍ଟ ସୂଚନା ଲୋଡିଲେ ଆବେଦନକାରୀ ।ଅଳଙ୍କାର ଓଜନ କମିଲେ ଗୁରୁତର ସହ ଗ୍ରହଣ କରାଯିବ| ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ । ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଲେ କୋର୍ଟ ।

ଅଧିକ ପଢନ୍ତୁ