ଆସନ୍ତା ୩ ଦିନ ଭିତରେ ଆହୁରି ୨ରୁ ୩ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇବ

କମୁଛି ଶୀତ ବଢ଼ୁଛି ରାତି ତାପମାତ୍ରା । ଆସନ୍ତା ୩ ଦିନ ଭିତରେ ଆହୁରି ୨ରୁ ୩ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇବ । ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକାଳୁ ଘନ କୁହୁଡି଼ ସହ କାକର ପଡି଼ବ । ଦିନର ତାପମାତ୍ରା ୩୧ ଡିଗ୍ରୀ ସହ ରାତି ତାପମାତ୍ରା ୧୭ ଡିଗ୍ରୀ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ଗୁରୁବାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, ପୁରୀ, ଗଜପତି, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରେ ସକାଳେ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅଧିକ ପଢନ୍ତୁ