୨୦୨୬ରେ ବହୁତ କିଛି ହେବ:କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ବୟାନ

୨୦୨୬ରେ ବହୁତ କିଛି ହେବ। ରାଜ୍ୟସଭା ନିର୍ବାଚନକୁ ନେଇ ଆଜି କିଛି ଏମିତି ଇଙ୍ଗିତ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। କେତେବେଳେ କଣ ଗେମ୍ ହେବ କିଛି କହି ହେବ ନାହିିଁ। ଅପେକ୍ଷା କରନ୍ତୁ, ରାଜନୀତିରେ କିଛି ଅସମ୍ଭବ ନୁହେଁ ବୋଲି ବଡ଼ ଇସାରା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର।କେଉଁଠି କିଏ ବକ୍ତବ୍ୟ ଦେଲେ ନଜର ରଖିଛୁ । ଯେଉଁଠି କିଏ ଭୋଜିଭାତ କରି ମେଳି କଲେ, ତା ଉପରେ ବି ନଜର ରଖାଯାଇଛି । ବହୁତ କିଛି ସମୀକରଣ ୨୦୨୬ ମସିହାରେ ହେବାକୁ ଯାଉଛି ।ଏଭଳି କହି ବିଜେଡିର ମେଳିକୁ ସେ ଇସାରା କରିଛନ୍ତି। ଅନ୍ୟପଟେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ସୁପର ଫ୍ଲପ୍ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି । କେଉଁଠି କୃଷକ ତାଙ୍କ ପାଇଁ ବାହାରିଲେ ନାହିଁ । କୃଷକମାନେ ରାଜରାସ୍ତାକୁ ବାହାରି ନାହାନ୍ତି, ଯଦି ବାହାରି ଥାନ୍ତେ ତେବେ ପ୍ରଭାବ ପଡିଥାନ୍ତା ।

ଅଧିକ ପଢନ୍ତୁ