ଏବେ ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା

ରାଜ୍ୟରେ ପୂର୍ତ୍ତ ବିଭାଗରେ କାମ କରୁଥିବା ଠିକାଦାରଙ୍କ ପାଇଁ ନୂଆ ବ୍ୟବସ୍ଥା । ଠିକାଦାର ଡାଟାବେସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ୩.୦ର ଶୁଭାରମ୍ଭ ହୋଇଛି । ଶୁଭାରମ୍ଭ କଲେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଠିକାଦାର ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ଵଛ, ସରଳ ଓ କାର୍ଯ୍ୟକ୍ଷମ କରିବ । ଠିକାଦାରଙ୍କ ବାବଦରେ ସୂଚନା, ଲାଇସେନ୍ସ, କାର୍ଯ୍ୟଦକ୍ଷତା ସଂରକ୍ଷିତ ରହିବ । ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ ବିଭାଗ , ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟ ଏହି ବ୍ୟବସ୍ଥା ଆପଣାଇବେ । ଅନ୍ୟପଟେ ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା ଇନ୍ସପେକସନ ବଙ୍ଗଳା (IB) ଗୁଡ଼ିକର ବୁକିଂ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରାଯାଇଛି। ବୁଧବାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ‘e-IB’ ର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱର ସମେତ ପୁରୀ ଏବଂ କୋଣାର୍କରେ ଥିବା ପୂର୍ତ୍ତ ବିଭାଗର ଡାକବଙ୍ଗଳା ପାଇଁ ଏହି ଅନ୍‌ଲାଇନ୍ ବୁକିଂ ସୁବିଧା ମିଳିବ।

ଏହି ପୋର୍ଟାଲ ମାଧ୍ୟମରେ ସାଧାରଣ ଜନତା ଓ ସରକାରୀ ଅଧିକାରୀମାନେ ଯେକୌଣସି ସ୍ଥାନରୁ ରୁମ୍ ବୁକ୍ କରିପାରିବେ। ଏଥିସହ ରୁମ୍‌ର ଉପଲବ୍ଧତା ଯାଞ୍ଚ କରିବା ଏବଂ ବୁକିଂ ବାତିଲ କରିବା ମଧ୍ୟ ସହଜ ହେବ।

ଅଧିକ ପଢନ୍ତୁ