ବିଜେଡିର ଉତ୍ତରାଧିକାରୀ ଚର୍ଚ୍ଚାକୁ କଡା କାଉଣ୍ଟର କଲେ ଅରୁଣ ସାହୁ । ସେ କହିଛନ୍ତି ଯେ ଉତ୍ତରାଧିକାରୀ ବ୍ୟବସ୍ଥା ସାମନ୍ତବାଦୀ ଚିନ୍ତାଧାରା, ମୁଁ ସହମତ ନୁହେଁ । କିଏ କେତେ ଯୋଗ୍ୟ ଦନସାଧାରଣଙ୍କ ଆଶୀର୍ବାଦ ଉପରେ ନିର୍ଭର କରିବ । କଳିକେଶଙ୍କୁ ନେଇ ଦିବ୍ୟଶଙ୍କର ମିଶ୍ରଙ୍କ ବୟାନ ଉପରେ ରଖିଲେ ମତ । ସେ ଆହୁରି କହିଛନ୍ତି ମହାନଦୀ ଜଳ ବିବାଦକୁ ନେଇ ସରକାର କିଛି ପଦକ୍ଷେପ ନେଲେ ନାହିଁ । ଲୋକେ ଧୀରେ ଧୀରେ ତାତିଲେଣି । ବର୍ତମାନ ଟ୍ରିପଲ ଇଂଜିନ ସରକାର ଚାଲିଛି l ସବୁଠି ବିଜେପି ସରକାର । ତେଣୁ ତୁରନ୍ତ ଏ ସମସ୍ୟାର ସମାଧାନ କରନ୍ତୁ । ଆମେ ସରକାରଙ୍କୁ ଚେତାବନୀ ଦେଉଛୁ ମହାନଦୀ ସମସ୍ୟାର ସମାଧାନ ନକଲେ ଆଗକୁ ଜୋରଦାର ଲଢେଇ ହେବ ।
