ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ

ଅନ୍ଧବିଶ୍ୱାସର ସାଂଘାତିକ ଦୃଶ୍ୟ। ଡାହାଣୀ ସନ୍ଦେହରେ ନିଜ ମାଆକୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ବେତନଟୀ ଥାନା ଅଧୀନ କଲରାଫୁଲିଆ ଗ୍ରାମରେ l ସୂଚନା ମୁତାବକ, ନିକଟରେ ତପନ ସିଂଙ୍କ ଗର୍ଭବତୀ ସ୍ତ୍ରୀର ଗର୍ଭ ନଷ୍ଟ ହୋଇଥିଲା। ଡାହାଣୀ ହୋଇ ମା’ ରାଇମଣି ସିଂ ସ୍ତ୍ରୀର ଗର୍ଭସ୍ଥ ପିଲାକୁ ଖାଇଥିବା ସନ୍ଦେହ କରିଥିଲା ତପନ । ଏନେଇ ଗୁରୁବାର ସକାଳେ ଉତ୍ୟକ୍ତ ହୋଇ ତପନ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିବା ସହିତ ଘରେ ଥିବା ଏକ ଧାରୁଆ କଟୁରୀରେ ବାରମ୍ବାର ମୁଣ୍ଡ ଏବଂ ବେକରେ ପ୍ରହାର କରି ବୃଦ୍ଧା ମା’କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ପାଖ ପଡୋଶୀ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଦେଖି ଭୟଭୀତ ହୋଇପଡିଥିବା ବେଳେ ଖବରପାଇ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଜହ୍ଲାଦ ପୁଅ ତପନ ସିଂକୁ ଗିରଫ କରିଥିଲା ।

ଅଧିକ ପଢନ୍ତୁ