କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ତଡୁଆ ବାହାଲରେ ଦୁର୍ଘଟଣା । ୫୨୦ ଜାତୀୟ ରାଜପଥ ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଇ ଫେରାର ହେଲା ଟ୍ରକ ଡ୍ରାଇଭର । ଭାରସାମ୍ୟ ହରାଇ ବସଟି ଆଗରେ ଯାଇଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହେବାରୁ ଗାଡିରେ ବସିଥିବା ଯାବାନ ଆହତ ହୋଇଛନ୍ତି । ୧୦ ଜଣଙ୍କୁ ଗଭୀର ଆଘାତ ଲାଗିଛି । ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ସୂଚନାମୁତାବକ ୨୮ ଜଣ ଯବାନଙ୍କୁ ଙ୍କୁ ନେଇ ଏହି ବସଟି ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାଇରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଘଟିଛି ଘଟଣା । ଆଜି ସକାଳୁ ଏକ ବସରେ ୨୮ ଜଣ ଯବାନଙ୍କୁ ନେଇ ଏହି ବସଟି ଗୁଆଲିରୁ ଘଟଗାଁ ଯାଉଥିବାବେଳେ ଏହି ଦୁର୍ଘଟଣାର ଶିକାର ହେଇଛି । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ଚେଷ୍ଟା ଚଳାଇ ତଦନ୍ତ ଆରମ୍ଭ କରିଛି ।
