ଓଡ଼ିଶା ଜଙ୍ଗଲରେ ଦେଖାଗଲା କଳା ବାଘ। କଳା ରଙ୍ଗର କଲରା ପତରିଆ ବାଘ ଟ୍ରାପ କ୍ୟାମେରାରେ ଧରାପଡ଼ିଛି।ନୟାଗଡ ଜିଲ୍ଲାର ଜଙ୍ଗଲରେ ବାଘଗଣନା ଶେଷ ହୋଇନଥିଲେ ମଧ୍ୟ ଟ୍ରାପ୍ କ୍ୟାମେରା ଭିଜୁଆଲ୍ କୁ ଭିତ୍ତି କରି ଏବେ ପାଖାପାଖି ୭ଟି କଳାବାଘ ରହିଥିବା ଅନୁମାନ କରାଯାଉଥିବା ଡିଏଫଓ କହିଛନ୍ତି ।ସେହିପରି ବନ୍ୟଜନ୍ତୁଙ୍କ ବଂଶ ବୃଦ୍ଧି ଏବଂ ସେମାନଙ୍କ ସ୍ୱାସ୍ତ୍ୟ ସନ୍ତୁଳନ ପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ସଲ୍ଟ ଲେକ୍ କରାଯାଇଛି ଯାହାକୁ ଖାଇବା ପାଇଁ ସମସ୍ତ ପ୍ରକାରର ବନ୍ଯଜନ୍ତୁ ଆସୁଥିବା ଡିଏଫଓ କହିଛନ୍ତି । ଏହାର ଟ୍ରାପ୍ କ୍ଯାମେରା ଭିଜୁଆଲ ମଧ୍ୟ ଆସିଛି ।
