ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପତ୍ନୀ ସୁନେତ୍ରା ପୱାର । ଶନିବାର ସନ୍ଧ୍ୟା ୫ଟାରେ ସୁନେତ୍ରା ଶପଥ ନେବେ ।ସେପଟେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଦୁଇ ଏନସିପି ଗୋଷ୍ଠୀ କେବେ ଏକାଠି ହୋଇପାରିବେ ନାହିଁ ବୋଲି ପୂର୍ବରୁ ବିଜେପି ରାଜ୍ୟସଭା ସାଂସଦ ଧନଞ୍ଜୟ ମହାଦିକ କହିଥଲେ । ଏବେ ଯାହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି । ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ସହ ଅଜିତ ପୱାରଙ୍କ ଦାୟିତ୍ଵରେ ଥିବା ଅବକାରୀ ଏବଂ କ୍ରୀଡ଼ା ବିଭାଗ ସମ୍ଭାଳିବେ । କିନ୍ତୁ ଅର୍ଥ ବିଭାଗ ଅସ୍ଥାୟୀ ଭାବରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ପାଖରେ ରହିବ । ମାର୍ଚ୍ଚ ମାସରେ ବଜେଟ ଅଧିବେଶନ ହେବାକୁ ଥିବାରୁ ଫଡନାଭିସଙ୍କ ପାଖରେ ରହିବ । କିନ୍ତୁ ପରେ ଏନସିପିକୁ ଯିବ ।
