ମହିମା ଧର୍ମୀଙ୍କ ମୁଖ୍ୟ ଧର୍ମସ୍ଥଳୀ ଯୋରନ୍ଦା ଠାରେ ଆଜି ଠାରୁ ୭ ଫେବୃଆରୀ ଯାଏଁ ମେଳା ଅନୁଷ୍ଠିତ ହେଉଛି l ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦି । ଲକ୍ଷଲକ୍ଷ ସଂଖ୍ୟାରେ ଜନ ସମାଗମ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।୧ ତାରିଖ ଅପରାହ୍ନ ରେ ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦା ଆସିବାର କାର୍ଯ୍ୟକ୍ରମ ରହିଛି l ମେଳାକୁ ମହିମା ସାଧୁମାନେ ଦୁଇ ଦିନ ଧରି ପାଳୁଥିବା ବେଳେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ସ୍ଥାନୀୟ ବାସିନ୍ଦା ।
ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୩ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ବିଭିନ୍ନ ନୀତିକାନ୍ତି ସହ ଗାଦି ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ଏହି ଅବସରରେ ସନ୍ଧ୍ୟା ପରେ ମୁଖ୍ୟ ଗାଦି ମନ୍ଦିର ଚାରିଦ୍ୱାରରେ ସାରା ବିଶ୍ୱର କଲ୍ୟାଣ ପାାଇଁ ବିଶାଳକାୟ ଝ।ଡ଼ବତୀ ଜାଳିବା ପାଇଁ ପ୍ରସ୍ତୁତି କରୁଛନ୍ତି ବକଳଧାରୀ ମହିମା ସନ୍ୟାସୀ ।ମେଳା ପାଇଁ ମହିମା ଗାଦିରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ୨୦ ହଜାରରୁ ଅଧିକ ସାଧୁ, ସନ୍ଥ, ସନ୍ୟାସୀ, ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କ ସମାଗମ ହୋଇସାରିଲାଣି ।
