ଆସନ୍ତା ୪ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିନ୍ତୁ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ କୁହୁଡ଼ି ରହିବ । ଶନିବାର ଉପକୂଳ ଓଡ଼ିଶାରେ ଶୀତ ପ୍ରାୟତଃ କମ ରହିବ ।ରବିବାର ମଧ୍ୟ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ୍ ରହିବ । ଅଧିକାଂଶ ସ୍ଥାନରେ ପାରଦ ୧୬ରୁ ୧୮ ଡିଗ୍ରୀ ରହିବ । ପୁରୀରେ ୨୦ ଡିଗ୍ରୀ ରହିପାରେ ।
ସେହିପରି ୨ ତାରିଖ ସୋମବାର ଦିନ ଫୁଲବାଣୀରେ ୧୧ଡିଗ୍ରୀ ରହିବ । ନବରଙ୍ଗପୁରରେ ୧୩, କୋରାପୁଟ ଓ ମାଲକାନଗିରିରେ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
