ଭୁବନେଶ୍ବର CBI ନାଁରେ ମାମଲା ରୁଜୁ କଲା ଦିଲ୍ଲୀ CBI। ସୁନ୍ଦରଗଡ଼ MCLରେ ଦିଲ୍ଲୀ CBIର ଚଢ଼ଉ ପରେ ନୂଆ ତଥ୍ୟ । ସନ୍ଦେହ ଘେରରେ ସିବିଆଇ ଭୁବନେଶ୍ବର ଶାଖାରେ ASI ପ୍ରଶାନ୍ତ ପଲେଇ ।ବସୁନ୍ଧରା ଅଞ୍ଚଳରେ ଏମ୍ ସିଏଲ୍ ଗର୍ଜନବାହାଲ ଓପନ କାଷ୍ଟ ପ୍ରୋଜେକ୍ଟର ଡେସ୍ ପାଚ୍ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ,କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଫାଇଦା ନେଉଥିବା ଜଣାପଡ଼ିଛି ।
ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି CBIର ASI ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା । ସେହି ଆଧାରେ ସିବିଆଇ ପକ୍ଷରୁ CBI ଏଏସ୍ ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
