ମଣିଷ-ଭାଲୁ ଲଢେଇ। ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ନବମ ଶ୍ରେଣୀର ଛାତ୍ର। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପୋଡ଼ାଶୂଳା ଗାଁରେ ଅଭାବନୀୟ ଘଟଣା ଘଟିଛି । ରାତିରେ ଖାଦ୍ୟ ଅନ୍ୱେଷଣରେ ସ୍ଵର୍ଣ୍ଣଚୁଡ଼ ଜଙ୍ଗଲରୁ ଆସିଥିଲେ ଦୁଇଟି ଭାଲୁ । ତେବେ ରାସ୍ତା ନପାଇ ବାଟବଣା ହୋଇ ଫେରି ପାରିନଥିଲେ ଭାଲୁମାନେ । ଏମିତିକି ଗାଁ ପଶି ଉପଦ୍ରବ ଜାରି ରଖିଥିଲେ । ଗାଁରେ ଆତଙ୍କ ଖେଳାଇବାବେଳେ ଜଣେ ନବମ ଶ୍ରେଣୀ ଛାତ୍ର ପ୍ରଭାତ ପାତ୍ର ପଡିଯାଇଥିଲେ ଭାଲୁ ହାବୁଡ଼ରେ । ଏତେ ନିକଟରୁ ବିରାଟକାୟ ପଶୁକୁ ଦେଖି ଡରିନଥିଲେ ପ୍ରଭାତ । ନିଜର ଉପସ୍ଥିତି ବୁଦ୍ଧି ଖଟାଇ ସାହସର ସହ ଲଢିଥିଲେ ପ୍ରଭାତ । ଶେଷରେ ଭାଲୁ କବଳରୁ ନିଜକୁ ରକ୍ଷା କରି ନୂଆ ଜୀବନ ପାଇଛନ୍ତି ସେ । ଗୁରୁତର ଭାବେ ନିଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।
