ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଇଗଲା ମା’- ପୁଅଙ୍କ ଜୀବନ

ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଇଗଲା ମା’- ପୁଅଙ୍କ ଜୀବନ। ମୃତ ମା’- ପୁଅ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା।ତେବେ ଆଜି ସକାଳେ କୁସୁମ ଓ ଅଙ୍କିତ ପରିବାର ଲୋକଙ୍କ ସହ ପୁରୀ ଚକ୍ରତୀର୍ଥ ରୋଡ ପିଙ୍କ ହାଉସ ନିକଟ ବେଳାଭୂମିରେ ସମୁଦ୍ର ସ୍ନାନର ମଜା ନେଉଥିଲେ ।

ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ କରେଣ୍ଟରେ ପଡ଼ି କୁସୁମ ସମୁଦ୍ର ଭିତରକୁ ଚାଲି ଯାଇଥିଲେ । ମା’ ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ଅଙ୍କିତ ସମୁଦ୍ର ଭିତରକୁ ଯିବାରୁ ସେ ମଧ୍ୟ ରିପ୍ କରେଣ୍ଟରେ ପଡ଼ି ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ପ୍ରାଇଭେଟ୍ ଲାଇଫ ଗାର୍ଡ ଓ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ଦୁଇଜଣ ମା’ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ ।କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ