ରାଜ୍ୟରେ ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଏହାରି ମଧ୍ୟରେ ଆଉ ଏକ କଟକଣା ଲଗାଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ, ନିକୋଟିନ ନଥିବା ପାନ ମସଲା କେବଳ ରାଜ୍ୟରେ ବିକ୍ରି ହୋଇପାରିବ । ନିକୋଟିନ ଯୁକ୍ତ ଟବାକୋ ବିକ୍ରି ବନ୍ଦ ପାଇଁ ଜୋରଦାର ହେବ ରେଡ। ରାଜ୍ୟରେ ନିକୋଟିନ ଯୁକ୍ତ ପ୍ରଡକ୍ଟର ଉତ୍ପାଦନ, ଷ୍ଟୋରେଜ, ବିକ୍ରି ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି। ଟବାକୋ ଓ ନିକୋଟିନ ବ୍ୟାନ ପାଇଁ ଜିଲ୍ଲା ସ୍ତରୀୟ ଟିମ ଗଠନ କରାଯାଇଛି।
ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ନାହିଁ, ତାହା ଗତ ୨୧ ତାରିଖର ବିଜ୍ଞପ୍ତି ସଂଖ୍ୟା ୨୦୬୫ ଅନୁଯାୟୀ ଲାଗୁ କରାଯାଇଥିବା ନିଷେଧାଦେଶ ଅଧୀନରେ ଆସୁନାହିଁ । CT&GST ଏବଂ ଅର୍ଥ ବିଭାଗକୁ ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି ।
