ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ୧୯୯୬ ବ୍ୟାଚର ୩ ବରିଷ୍ଠ ଆଇଏଏସଙ୍କୁ ପଦନ୍ନୋତି ଦେଇଛନ୍ତି ମୋହନ ମାଝୀଙ୍କ ସରକାର। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ‘ଏପେକ୍ସ ଗ୍ରେଡ୍’ ବା ସର୍ବୋଚ୍ଚ ପାହ୍ୟାକୁ ଉନ୍ନୀତ କରାଯାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀ ପ୍ରଦାନ କରାଯାଇଛି । ଏହି ୩ ଅଧିକାରୀ ହେଲେ ଶ୍ରୀ ଶାଶ୍ୱତ ମିଶ୍ର (IAS, -୧୯୯୬) ଶ୍ରୀ ବିଶାଲ କୁମାର ଦେବ ଏବଂ ଶ୍ରୀମତୀ ଉଷା ପାଢ଼ୀ ସାମିଲ ଅଛନ୍ତି । ନ୍ୟପଟେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ପଦୋନ୍ନତି ମିଳିଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
