ଜିଲ୍ଲାପାଳଙ୍କ ବୟାନକୁ ନେଇ ରାଜନୀତି , ବିଜେଡି କହିଲା ହୁଗୁଳି ଗଲାଣି ଶାସନ ବ୍ୟବସ୍ଥା

ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁଙ୍କ ରାଜନୈତିକ ବୟାନକୁ ତେଜିଲା ରାଜନୀତି । ତୀବ୍ର ନିନ୍ଦା କରିଛି ବିଜେଡି । ବିଜେଡି କହିଛି ଏହା ମୁଖ୍ୟ ଶାସନ ସଚିବଙ୍କ ବିଫଳତା । ଏପରି ବିବୃତି ଦେଇ ଜିଲ୍ଲାପାଳ ପ୍ରମାଣିତ କରିଛନ୍ତି ଯେ ଶାସନ ହୁଗୁଳା ହୋଇଗଲାଣି । ସୁବର୍ଣ୍ଣପୁର ଜିଲ୍ଲା, ଯେଉଁଠି ଚାଷୀ ସମସ୍ୟା ଉତ୍କଟ ।

ସେ ଦିଗରେ ସମାଧାନର ବାହାର ନ କରି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଏପରି କାର୍ଟୁନ ଦେଉଛନ୍ତି । ଯଦି ସେ ବିଜେପିରେ ଯୋଗ ଦେଇ ରାଜନୀତି କରିବେ । ଏଥିରେ ମନା ନାହିଁ। ଚାକିରୀ ଛାଡି ଏହା କରନ୍ତୁ। ସୂଚନାମୁତାବକ ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ପୂର୍ବ ସରକାରଙ୍କୁ ଜିଲ୍ଲାପାଳ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଟାର୍ଗେଟ କରିଥିଲେ । ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତି ମେଳା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନା ରେ ବିଜେଡି ସରକାରର ଶାସନ ବ୍ୟବସ୍ଥାର ପୋଲ ଖୋଲିଥିଲେ ଖୋଦ ଜିଲ୍ଳାପାଳ, କହିଥିଲେ ସମୟ ଥିଲା ଯେତବେଳେ ଏ ସଂସ୍କୃତିରେ ବି ଶାସକ ଥିଲେ ମତେ ଦେଖିପାରିବ ନାହିଁ, ମତେ କଥା ହେଇପାରିବ ନାହିଁ, ମତେ ଛୁଇଁ ପାରିବ ନାହିଁ। ଆଜି ସେହି ପରମ୍ପରାକୁ ସେହି ସଂସ୍କୃତି କୁ ସମୂଳେ ଉତ୍ପାଟନ କରିବାରେ ସକ୍ଷମ ହୋଇଛନ୍ତି ବର୍ତମାନର ସରକାର।

ଅଧିକ ପଢନ୍ତୁ