ଶିଶୁ ପୁଷ୍ଟିସାରକୁ ସୁଦୃଢ଼ କରିବା, ରକ୍ତହୀନତା ନିରାକରଣ କରିବା ଏବଂ ଅନ୍ତନଳୀର କୃମି ସଂକ୍ରମଣକୁ ରୋକିବା ପାଇଁ ଫେବୃୟାରୀ ୧୦ରେ କୃମିନାଶକ ଦିବସ ପାଳନ କରାଯିବ। ଏହା ସହିତ ଫେବୃଆରୀ ମାସ ସାରା ରାଜ୍ୟରେ ଭିଟାମିନ୍ ଏ ସପ୍ଲିମେଣ୍ଟେସନ୍ (VAS) କାର୍ଯ୍ୟକ୍ରମ ଚାଲିବ I ସେହିପରି ଲିମ୍ଫାଟିକ ଫାଇଲେରିଆସିସ୍- ସମୂହ ଔଷଧ ସେବନ (ଏଲ୍ଏଫ୍ -ଏମଡିଏ) କାର୍ଯ୍ୟକ୍ରମ କିଛି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।୩୦ ଜିଲ୍ଲାରେ ୧ ରୁ ୧୯ବର୍ଷ ବୟସର ୧.୫୯ କୋଟିରୁ ଅଧିକ ପିଲା ଏବଂ ଗର୍ଭଧାରଣ ବୟସ (୨୦ ରୁ ୨୪ ବର୍ଷ) ର ୧୯ ଲକ୍ଷରୁ ଅଧିକ ମହିଳାଙ୍କୁ ଆଲବେଣ୍ଡାଯୋଲ ସେବନ କରିବାକୁ ଦିଆଯିବ। ଦ୍ଵିବାର୍ଷିକ ଭିଟାମିନ-ଏ-ସପ୍ଲିମେଣ୍ଟ (ଭିଏଏସ) କାର୍ଯ୍ୟକ୍ରମ ୯ରୁ ୬୦ ମାସ ବୟସର ୩୨ ଲକ୍ଷ ଶିଶୁଙ୍କୁ ପରିସର ଭୁକ୍ତ କରାଯିବ। ଯାହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ସହିତଶିଶୁ ମୃତ୍ୟୁହାର ଓ ରୋଗା କ୍ରାନ୍ତ ହାର ହ୍ରାସ କରିବ।
