ଗୋଟିଏ ବର୍ଷରେ ସର୍ବାଧିକ ୧୮ ଟି ନାଟକ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଡ. ଦୀପକ ଜେନା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବିତନା ପଞ୍ଚାୟତ ଅନ୍ତର୍ଗତ ନଥିପୁର ଗାଁର ଅଧ୍ୟାପକ ଦୀପକ ଜେନାଙ୍କୁ ଚାରି ଆଡ଼ୁ ଶୁଭେଛାର ସୁଅ ଛୁଟୁଛି ।ଅଧ୍ୟାପନା ସହିତ ଯାତ୍ରା ନାଟକରେ ରୁଚି ରଖୁଥିବା ଦୀପକ ଚଳିତ ବର୍ଷ “ତୁ ମୋ ଭାଗ୍ୟରେ ନାହୁଁ” ନଅଙ୍କ ଦୁର୍ଭିକ୍ଷ” “କଟି କଟି ଡବଲ କଟି” “ହାଇଦର” ଓ ‘ତୁ ମୋ ବଜରଙ୍ଗୀ’ ଭଳି ଅନେକ ନାଟକ ଲେଖି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଦ୍ବାରା ରଚିତ ନାଟକରେ ସାମାଜିକ ବିଷୟ ବସ୍ତୁ ଓ ସାଂପ୍ରତିକ ପରିସ୍ଥିତି ଉପସ୍ଥାପିତ ହୋଇଛି । ଦୀପକଙ୍କ ଏହି ସଫଳତା ମିଳିବା ପରେ ସେ ପଢ଼ାଉଥିବା ବରୁଣେଶ୍ୱର କଲେଜର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ଅଧିକରୁ ଅଧିକ ନାଟକ ଲେଖିବାକୁ ପ୍ରେରଣା ଯୋଗାଇବ ଏହି ସମ୍ମାନ । ଡ. ଦୀପକଙ୍କ ପେଶା ଅଧ୍ୟାପନା ହୋଇଥିବା ବେଳେ ନିଶା ଏବେ ନାଟକ ଲେଖିବା ପାଲଟି ଯାଇଛି ।
