କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀଙ୍କ ପାଇଁ ବଡ ଖବର । ଅକ୍ଟୋବର ୬ରୁ ଆରମ୍ଭ ହେବ ହବିଷ୍ୟାଳୀ ଯୋଜନାର ଅନଲାଇନ ଆବେଦନ ।ଚଳିତ ବର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି । ରାଜ୍ୟ ସରକାରଙ୍କ ତରଫରୁ ନିଶୁଳ୍କ ରହଣୀ, ମହାପ୍ରସାଦ ସେବନ ସହିତ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସ୍ୱତନ୍ତ୍ର ମହାପ୍ରଭୁଙ୍କ ଦର୍ଶନ ସୁବିଧା ଯୋଗାଇ ଦିଆଯିବ । ସ୍ଥାୟୀ ଶିବିର ବୃନ୍ଦାବତୀ ନିବାସ ସମେତ ୩ ଅସ୍ଥାୟୀ ଶିବିରରେ ହେବ ବ୍ୟବସ୍ଥା । ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ବେହେରା ଏନେଇ ସୂଚନା ଦେଇଛନ୍ତି ।୩୦ଟି ଜିଲ୍ଲାରୁ ଆବେଦନ କରିପାରିବେ ଯୋଗ୍ୟ ମହିଳା । ୭୦ ବର୍ଷ ଯାଏଁ ବିଧବା ଏବଂ ୫୦ରୁ ୭୦ ବର୍ଷର ବିବାହିତା ମହିଳା ଆବେଦନ କରିପାରିବେ । ଯୋଗ୍ୟ ମହିଳାମାନେ edistrict.odisha.gov.in ଏହି ୱେବସାଇଟରେ ଆବେଦନ କରିପାରିବେ । ଏଥର ନୂଆ ଆବେଦନକାରୀଙ୍କୁ ମିଳିବ ପ୍ରାଧାନ୍ୟ ।
