ଲିଙ୍ଗରାଜ ମନ୍ଦିର ମହା ଶିବରାତ୍ରିରେ ଜାଲ୍‌ ପାସ୍‌ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ : ସିପି

ରାତି ପାହିଲେ ଲିଙ୍ଗରାଜଙ୍କ ଜାଗରଯାତ୍ରା । ୪୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ମହା ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଲାଗି କଟକଣା ଜାରି କରାଯାଇଛି । ଗାଡି ରଖିବା ଲାଗି ମୋଟ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି ।ରାତି ୧୦ଟାରେ ଉଠିବ ବାବା ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ । ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜର ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଏ ନେଇ ଆଗୁଆ ସତର୍କ କରିଛନ୍ତି ପୁଲିସ୍‌ କମିଶନର ଏବଂ କହିଛନ୍ତି ପାସ୍‌ ବିକ୍ରି ନେଇ ସୋସିଆଲ ମିଡିଆ କଥାକୁ ଗ୍ରହଣ କରନ୍ତୁ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ କେବଳ ସେବାୟତଙ୍କୁ ପାସ୍‌ ଦିଆଯାଇଛି। ପାସ୍‌ରେ କ୍ୟୁଆର୍‌ କୋଡ୍‌ ବ୍ୟବସ୍ଥା କରାଯାଇଛି। ଜାଲ୍‌ ପାସ୍‌ ନେଇ କିଛି ସେବାୟତ ସିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅଧିକ ପଢନ୍ତୁ