ପୁଣି ସାମ୍ନାକୁ ଆସିଲା SCB ମେଡ଼ିକାଲ ଅବ୍ୟବସ୍ଥାର ଚିତ୍ର ; ନିଘୋଡ଼ ନିଦରେ କର୍ମଚାରୀ

ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ ଏହାର ଚାଳକ ଓ କର୍ମଚାରୀଙ୍କ ମନମାନି ଦିନକୁ ଦିନ ବଢିବାରେ ଲାଗିଛି ।ପୁଣି ସାମ୍ନାକୁ ଆସିଲା SCB ମେଡ଼ିକାଲରେ ଅବ୍ୟବସ୍ଥାର ଚିତ୍ର । ବ୍ୟାଟେରି ଗାଡ଼ି ନିୟନ୍ତ୍ରଣ କକ୍ଷର ଭିଡିଓ ଭାଇରାଲ୍ । ନିଘୋଡ଼ ନିଦରେ ଶୋଇ ଫୋନ୍ ଉଠାଉ ନାହାନ୍ତି ଦାୟିତ୍ଵରେ ଥିବା କର୍ମଚାରୀ । ଏସସିବି ବ୍ୟାଟେରି ଗାଡ଼ି ପାଇଁ ଖୋଲିଥିବା ନିୟନ୍ତ୍ରଣ କକ୍ଷର ଏକ ଭିଡିଓ ଭାଇରାଲ୍ ହୋଇଛି । କକ୍ଷର ଦାୟିତ୍ବରେ ଥିବା କର୍ମଚାରୀ ଶୋଇଥିବା ବେଳେ ଲ୍ୟାଣ୍ଡ ଫୋନ୍ ରିଙ୍ଗ ହେଉଛି । ଯେଉଁ ରୋଗୀଙ୍କ ଆଟେଣ୍ଡାଣ୍ଟମାନେ ବ୍ୟାଟେରି ଗାଡ଼ି ପାଇଁ ଲ୍ୟାଣ୍ଡ ଫୋନ୍ ନମ୍ବରରେ ଫୋନ୍ କରୁଛନ୍ତି ସେମାନଙ୍କ କଲକୁ ଏହି ନିୟନ୍ତ୍ରଣ କକ୍ଷରେ ରିସିଭ୍ କରାଯାଉନାହିଁ ।ତେବେ ରୋଗୀ ସମ୍ପର୍କୀୟ ରାତି ସମୟରେ ରୋଗୀଙ୍କୁ ନେବା ଆଣିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅଧିକ ପଢନ୍ତୁ