ସ୍କୁଲରେ ଗ୍ରୀଷ୍ମ ମୁକାବିଲା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଆଗକୁ ଆସୁଛି ଗୀଷ୍ମ | ତେଣୁ ଏହାର ମୁକାବିଲା ପାଇଁ ସ୍କୁଲମାନଙ୍କରେ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ସ୍କୁଲଗୁଡ଼ିକରେ ପାନୀୟ ଜଳର ବ୍ୟବସ୍ଥା, ଆବଶ୍ୟକସ୍ଥଳେ ନଳକୂପ ମରାମତି କରିବା ଏବଂ ଛାତ୍ର ଓ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ORS ପ୍ୟାକେଟ ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି।

ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ବାହ୍ୟ କାର୍ଯ୍ୟକଳାପକୁ ସୀମିତ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାମାନେ ସ୍କୁଲକୁ ପାଣି ବୋତଲ ନେଇ ଆସିବା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଯିବ। ଏହା ସହିତ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ପ୍ରବାହ ସୁରକ୍ଷା ଟିପ୍ସ ବିଷୟରେ ଶିକ୍ଷା ଦେଇପାରିବେ।

ଅଧିକ ପଢନ୍ତୁ