ପାଠ ପାଇଁ ହତ୍ୟା ! ରାଇଫଲରୁ ଗୁଳି କରି ବାପାକୁ ମାରିଦେଲା ପୁଅ

ବାପାକୁ ମାରିଲା ପୁଅ । ଖଣ୍ଡଖଣ୍ଡ କରି ଡ୍ରମ୍ ଭିତରେ ପୁରାଇଲା । ପାଠପଢାକୁ ନେଇ ପୁଅର ଜଘନ୍ୟ କାଣ୍ଡ । ଉତ୍ତରପ୍ରଦେଶର ଆସିଆନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଆତଙ୍କ ସୃଷ୍ଟି କରିଛି। ଜଣେ ନିଖୋଜ ପାଥୋଲୋଜି ଅପରେଟରଙ୍କ ମୃତଦେହ ତାଙ୍କ ଘର ଭିତରେ ଥିବା ଏକ ଡ୍ରମରୁ ଉଦ୍ଧାର କରାଯାଇଛି। ଏହି ହତ୍ୟା ମାମଲାର ପୋଲିସ ବଡ଼ ଖୁଲାସା କରିଛି । ତଦନ୍ତରେ ବ୍ୟବସାୟୀ ପିତା ଏବଂ ତାଙ୍କ ପୁଅ ମଧ୍ୟରେ ଶିକ୍ଷା ଏବଂ କ୍ୟାରିଅରକୁ ନେଇ ବାରମ୍ବାର ବିବାଦ ହେଉଥିବା ପ୍ରକାଶ ପାଇଛି। ବିଚଳିତ ପୁଅ ତାଙ୍କ ବାପାଙ୍କୁ ନିଜ ରିଭଲଭରରେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ପୋଲିସର କହିବାନୁସାରେ, ଫେବ୍ରୁଆରୀ ୨୦ ତାରିଖ ସକାଳେ ମାନବେନ୍ଦ୍ର ଏବଂ ପୁଅଙ୍କ ମଧ୍ୟରେ ପାଠପଢାକୁ ନେଇ ବଚସା ହୋଇଥିଲା । ପୁଅ ନିଟ୍ ପରୀକ୍ଷା ପାଇଁ ପଢାପଢି କରୁଥିଲେ । କିନ୍ତୁ ଠିକ୍ ଭାବେ ନପଢୁଥିବାରୁ ମାନବେନ୍ଦ୍ର ରାଗିଥିଲେ । ଏହାସହ ନିଜର ଲାଇସେନ୍ସପ୍ରାପ୍ତ ରାଇଫଲ ବାହାର କରି ପୁଅକୁ ଡରାଇବାକୁ ଚେଷ୍ଟା କରିତିଲେ । ତେବେ ପୁଅ ଶାନ୍ତ ହୋଇଯିବାରୁ ସେ ରାଇଫଲକୁ ରଖିଦେଇଥିଲେ । ଏହାର ପାଇଦା ଉଠାଇ ପୁଅ ରାଇଫଲ ଆଣି ମାନବେନ୍ଦ୍ରଙ୍କୁ ଗୁଳି କରିଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ଗୁଳି ମାରିବା ପରେ ୧୬ ବର୍ଷୀୟ ପୁଅ ଘରର ଉପର ମହଲାରୁ ତଳକୁ ଆସିଥିଲା । ଏହାସହ ନିଜ ଭଉଣୀକୁ ଧମକାଇଥିଲା । ସେ ପ୍ରତିଦିନ ଚାପ ଏବଂ କଳହରେ ଅଣନିଶ୍ୱାସୀ ହୋଇପଡିଥିଲେ । ତେଣୁ ସେ ବାପାକୁ ରାସ୍ତାରୁ ହଟାଇବାକୁ ବାଧ୍ୟ ହୋଇଥିଲେ । ଯଦି ଭଉଣୀ ଏକଥା ବାହାରେ କହେ ତେବେ ସେ ତାକୁ ମଧ୍ୟ ମାରିଦେବ ବୋଲି କହିଥିଲେ । ଭୟରେ ଭଉଣୀ କାହା ଆଗରେ ଏକଥା ମୁହଁ ଖୋଲିନଥିଲେ ।ହତ୍ୟା ପରେ ପୁଅ ବାପାର ମୃତଦେହକୁ ଟିକଟିକ୍ କରି କାଟିଥିଲେ । କିଛି ଅଙ୍ଗକୁ ବାହାରେ ଫିଙ୍ଗିଥିଲେ ପୁଅ । ଶରୀରର ଅନ୍ୟ ଅଂଶକୁ ଘର ଭିତରେ ଲୁଚାଇ ପୁଅ ରଖିଥିଲେ । ପୋଲିସ ମୃତଦେହର ଅନେକ ଅଙ୍ଗକୁ ଉଦ୍ଧାର କରିଛି । ତେବେ ଅକ୍ଷତଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ଲକ୍ଷ୍ନୌର ଆସିଆନା ଅଞ୍ଚଳର ଜଣେ ବରିଷ୍ଠ ଅଧିକାରୀ ବିକ୍ରାନ୍ତ ବୀର କହିଛନ୍ତି ଯେ ପ୍ରାପ୍ତ ପ୍ରମାଣ ଆଧାରରେ, ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ପଞ୍ଜିକୃତ କରାଯିବ ଏବଂ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯିବ ।

ଅଧିକ ପଢନ୍ତୁ