ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ସଚେତନ ନେଇ ପ୍ରେସ ବାର୍ତ୍ତା

ରାୟଗଡ଼ା ତା ୨୪/୦୨ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ସଚେତନ ନିମନ୍ତେ ଆଜି ରାୟଗଡ଼ା ବନଖଣ୍ଡିୟ ଅଧିକାରୀଙ୍କ ଗଣମାଧ୍ୟମକୁ ଏକ ବାର୍ତ୍ତା ଦେଇଛନ୍ତି । ରାୟଗଡ଼ା ବନଖଣ୍ଡ ସାଧାରଣତଃ ପୋଡୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗେଇ ଜଙ୍ଗଲ ସଫା କରୁଥିବା ଦେଖିବାକୁ ମିଳୁଥିବା ବେଳେ ଏହାକୁ ରୋକିବା ପାଇଁ ବନନବିଭାଗ ତରଫରୁ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାୟଗଡ଼ା ଖଣ୍ଡିୟ ବନାଧିକାରୀ ଓହୋଲ ସଚିନ ଆନ୍ନା ସାହେବଙ୍କ ସହ ଏ ସି ଏଫ୍ ଅଶୋକ ପ୍ରଧାନ, ସନ୍ଦୀପ ପୃଷ୍ଟି ଉପସ୍ଥିତ ରହି ପ୍ରେସ ବ୍ୟାଖ୍ୟା କରିଥିଲେ । ଏହା ସହ ଜିଲ୍ଳାର ୭ ଟ୍ଟି ରେଞ୍ଜର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହାସହ ବନବିଭାଗ କିଭଳି ଭାବେ ଏହାର ପ୍ରତିକାର ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ରୋକିବାକୁ ଚେଷ୍ଟା କରୁଛି ଏହାକୁ ନେଇ ବିବରଣୀ ପ୍ରଦାନ କରିବା ସହ କିଭଳି ପ୍ରତି ଗାଁରେ ଏହା ପହଞ୍ଚି ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରାଯିବ ତାହାହିଁ ମୁଖ୍ୟ ଲକ୍ଷ୍ୟ ବୋଲି ଡି ଏଫ୍ ଓ ଶ୍ରୀ ଆନ୍ନା ସାହେବ କହିଥିଲେ । ଏହା ସହ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିଲେ ତୁରନ୍ତ ବନବିଭାଗକୁ ସୂଚନା ଦେବା ସହ ନିଆଁ ଲିଭାଇବାରେ ସାହାଯ୍ୟ କରିବାକୁ ଅପିଲ କରିଥିଲେ । ସମସ୍ତେ ମିଳିମିଶି ଯଦି ପ୍ରୟାସ କରିବ ତାହେଲେ ଆମେ ଜଙ୍ଗଲରେ ନିଆଁ ଲାଗିବ କୁ ସଂପୂର୍ଣ୍ଣ ଭାବେ କରାୟତ୍ତ କରି ଜଙ୍ଗଲ ସୁରକ୍ଷା କରିପାରିବା ବୋଲି ବାର୍ତ୍ତା ଦେଇଥିଲେ ।

ଅଧିକ ପଢନ୍ତୁ